ସୁଦର୍ଶନ ଦାରୁପୀଠର ସାମଗ୍ରୀକ ବିକାଶ ଓ ଘୋଷଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ
ବାଲିଅନ୍ତା :ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ସୁଦର୍ଶନ ଦାରୁ ପୀଠରେ ଆସନ୍ତା ରଥଯାତ୍ରା ୨୦୨୬ କୁ ଶାନ୍ତି ଶୃଙ୍ଖଳାର ସହ ସଫଳତାର ସହ ପାଳନ ଏବଂ ସୁଦର୍ଶନ ଦାରୁପୀଠର ସାମଗ୍ରୀକ ବିକାଶ ନେଇ ଆଲୋଚନା କରିବା ପାଇଁ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସମ୍ମିଳନୀରେ ଆସନ୍ତା ୧୬ ତାରିଖରୁ ସୁଦର୍ଶନ ଦାରୁପୀଠ, ଗଡକଣ୍ଟୁଣିଆଠାରେ ଆରମ୍ଭ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଉତ୍ସବର ପ୍ରସ୍ତୁତି, ନିରାପତ୍ତା ବ୍ୟବସ୍ଥା, ଭକ୍ତଙ୍କ ପାଇଁ ସୁବିଧା ଓ ମନ୍ଦିର ପରିସର ବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଅନୁଷ୍ଠାନର ଆଜୀଵନ ନ୍ୟାସୀ ଅଶୋକ କୁମାର ସାହୁ କହିଥିଲେ ଯେ ଏଥର ଯାତ୍ରାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପ୍ରଶାସନ ସହ ମିଶି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ସେହିପରି ଦାରୁପୀଠର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯିବ।ସୁଦର୍ଶନ ଦାରୁପୀଠର ସାମଗ୍ରୀକ ବିକାଶ ଓ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ସମୟରେ ଶ୍ରୀ ମନ୍ଦିରରେ ପାଳିତ ସମସ୍ତ ନୀତି କ୍ରାନ୍ତି ପୀଠରେ ପାଳନ ନେଇ ସୂଚନା ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚକ୍ରଧର ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ସତୀଶ ମିଶ୍ର, ଦିନବନ୍ଧୁ ଭୋଇ, ଲକ୍ଷ୍ମଣ ଜେନା, ପ୍ରିୟବ୍ରତ ପାତ୍ର, ସହଦେବ ସ୍ୱାଇଁ ଓ ତରୁଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
