ମହିଳା ସମିତି ଗୃହ ଉଦଘାଟିତ
ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ୭ ନମ୍ବର ୱାର୍ଡରେ ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମହିଳା ସମିତି ଗୃହ ଆଜି ଉଦଘାଟିତ ହୋଇଯାଇଛି।
ଆୟୋଜିତ ଉଦଘାଟନ ଉତ୍ସବରେ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରମାଲତା ନାୟକ, ସମିତି ସଭ୍ୟ ଶ୍ରୀ ରଞ୍ଜନ କୁମାର ମହାପାତ୍ର, ୭ ନମ୍ବର ୱାର୍ଡର ସଭ୍ୟ ଶ୍ରୀ ଅଭିମନ୍ୟୁ ଭୋଇ, ପ୍ରକୃତି ବନ୍ଧୁ ଶ୍ରୀ ଦିନବନ୍ଧୁ ଭୋଇ ଏବଂ ଶ୍ରୀ ହରେକୃଷ୍ଣ ମହାରଣା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଗୃହର ଉଦଘାଟନ କରିଥିଲେ।
ଏହି ଅବସରରେ ବହୁ ସଂଖ୍ୟକ ମହିଳା ଯୋଗଦେଇ ନିଜମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ସେମାନେ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିଥିବାରୁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।
ସ୍ଥାନୀୟ ମହିଳାମାନଙ୍କ ସାମାଜିକ, ସାଂସ୍କୃତିକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକଳାପ ପାଇଁ ଏହି ମହିଳା ସମିତି ଗୃହ ବେଶ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।@
