ଆସନ୍ତା ଅକ୍ଟୋବର ୪ରେ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ ଉତ୍ସବ: ସାମିଲ ହେବେ ୬୦ରୁ ଊର୍ଦ୍ଧ୍ୱ ପୂଜା କମିଟି

ଶାନ୍ତିସ୍ତୁପ ଖବରକାଗଜ , ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ , ଉତ୍କଳ ଜୟଦେବ ଫାଉଣ୍ଡେସନ ଓ ନ୍ୟୁ ଭାର୍ଗବୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୪ ତାରିଖରେ ‘ଶ୍ରୀ ଗଣେଶ ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଶାନ୍ତିସୂପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସମ୍ବାଦଦାତା ସମ୍ମିଳନୀରେ ‘ ସୂଚନା ଦିଆଯାଇଛି। “ଆପଣଙ୍କ ପୂଜାକୁ ବନ୍ଦନ, ଆପଣଙ୍କ ମେଢ଼କୁ ସମ୍ମାନ” ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ମଧ୍ୟରେ ସାମାଜିକ ଏକତା, ଓଡ଼ିଆ ସଂସ୍କୃତିର ପ୍ରଚାର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବ । ଏହି ଉତ୍ସବରେ ମୂର୍ତ୍ତି କାରିଗରୀ, ସ୍ୱଚ୍ଛତା, ସାଜସଜ୍ଜା, ଶୃଙ୍ଖଳିତ ପରିଚାଳନା ଓ ସଚେତନତା ବାର୍ତ୍ତା ଭଳି ୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକ ବର୍ଗରେ ପ୍ରଥମରୁ ପଞ୍ଚମ ସ୍ଥାନ ପାଇଁ ୫,୦୦୦ ଟଙ୍କାରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯିବ ।ଗତଥର ଏଥିରେ ଜୟଦେବ ନିର୍ବାଚନ ମଣ୍ଡଳୀର ୬୦ରୁ ଊର୍ଦ୍ଧ୍ୱ ଗଣେଶ ପୂଜା କମିଟି ଅଂଶଗ୍ରହଣ କରିଥିବା ବେଳେ ଚଳିତବର୍ଷ ଏହାଠାରୁ ଅଧିକ ପୂଜା କମିଟି ଅଂଶଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ବ୍ରହ୍ମାନନ୍ଦ ସ୍ୱାଇଁ, ବିଜେପି ନେତା ଜଗନ୍ନାଥ ବେହେରା, ଦିନବନ୍ଧୁ ଭୋଇ ଓ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଥିଲେ। ଆଗ୍ରହୀ ପୂଜା କମିଟିଗୁଡ଼ିକ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।