୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬

୧୨ ଜଣ ଶିକ୍ଷକ ପାଇଲେ ଜୟଦେବ ଶିକ୍ଷକ ସମ୍ମାନ ୨୦୨୬

  • ଶାନ୍ତିସ୍ତୁପ, ଗ୍ରୀନ ଜୟଦେବ ଟ୍ରଷ୍ଟ ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ଅବସରରେ ନିର୍ମାଣ କଲେଜ ଅଡିଟୋରିୟମରେ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସ୍ତୁପର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସୁରେଶ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରୋଟାରୀୟାନ ରବିନ୍ଦ୍ର ସାହୁ, ମାର୍କଫେଡ୍ ଅଧ୍ୟକ୍ଷା କବିତା ପରିଡ଼ା, ଶିକ୍ଷାବିତ୍ ପ୍ରମୋଦ ପାଢ଼ୀ, ନିର୍ମାଣ ଅନୁଷ୍ଠାନର ମୁଖ୍ୟ ସିଦ୍ଧେଶ୍ୱର ମହାନ୍ତି, ମାଗୁଣି ସେଠୀ, ଶିକ୍ଷାବିତ୍ ଲକ୍ଷ୍ମୀଧର ପ୍ରଧାନ ଏବଂ ନାରାୟଣ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁମାନଙ୍କର ମହାନ ଅବଦାନ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ‘ଜୟଦେବ ଶିକ୍ଷକ ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦୀନବନ୍ଧୁ ଭୋଇ ପରିଚାଳନା କରିଥିବା ବେଳେ ଗୋପାଳ ବେହେରା, ଉମାକାନ୍ତ ବେହେରା ଏବଂ ନିର୍ମାଣ ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *