ଯଶୁଆପୁର ଗଣେଶ ପୂଜା ମଣ୍ଡପରେ ଯୁବ ସମାଜସେବୀ ସୁରେଶ କୁମାର ପଣ୍ଡାଙ୍କ ଦର୍ଶନ
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ଯଶୁଆପୁର ଗ୍ରାମର ବିଘ୍ନ ବିନାୟକ କ୍ଲବ ପରିସରରେ ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ମଣ୍ଡପରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପରମ୍ପରା ଓ ଭକ୍ତିର ସହ ଗଣେଶ ପୂଜା ଅନୁଷ୍ଠିତ ହୋଇଆସୁଛି।
ଆଜି ସନ୍ଧ୍ୟାରେ ବିଶିଷ୍ଟ ଉଦ୍ୟୋଗପତି ତଥା ଯୁବ ସମାଜସେବୀ ସୁରେଶ କୁମାର ପଣ୍ଡା ଯଶୁଆପୁର ଗଣେଶ ପୂଜା ମଣ୍ଡପରେ ପହଞ୍ଚି ଗଜାନନ ଶ୍ରୀଗଣେଶଙ୍କ ଦର୍ଶନ କରିଥିଲେ। ଶ୍ରୀ ପଣ୍ଡାଙ୍କୁ ପୂଜା କମିଟି ପକ୍ଷରୁ ବାଜା ବଜାଇ ଓ ବାଣ ଫୁଟାଇ ଏକ ଭବ୍ୟ ପଟୁଆରରେ ପୂଜା ମଣ୍ଡପକୁ ପାଛୋଟି ନିଆଯାଇଥିଲା।
ପୂଜା ମଣ୍ଡପରେ ପହଞ୍ଚିବା ପରେ ଶ୍ରୀ ପଣ୍ଡା ଗଜାନନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପୂଜା କମିଟି ପକ୍ଷରୁ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଯଶୁଆପୁର ଗ୍ରାମର ବହୁ ଯୁବକ, ମହିଳା ଓ ବରିଷ୍ଠ ନାଗରିକ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ଗଣେଶ ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
