ଶାନ୍ତି ସ୍ତୁପ ର ସାହିତ୍ୟ ଉତ୍ସବ ରେ ରଜନୀ ଙ୍କ ପୁସ୍ତକ ଉନ୍ମୋଚିତ

ଶାନ୍ତି ସ୍ତୁପ ର ସାହିତ୍ୟ ଉତ୍ସବ ରେ ରଜନୀ ଙ୍କ ପୁସ୍ତକ ଉନ୍ମୋଚିତ

ବାଲିଅନ୍ତା,ମାସିକ ପତ୍ରିକା ଶାନ୍ତିସ୍ତୁପ ଆନୁକୂଲ୍ୟରେ ଆଜି ରବିବାର ପୂର୍ବାହ୍ନ ରେ ଚଉଷଠି ଯୋଗିନୀ ମନ୍ଦିର ପରିସର ରେ ଏକ ସାହିତ୍ୟ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସର ରେ ସାରସ୍ୱତ ସାଧକ ମାନଙ୍କୁ ସମ୍ମାନିତ କରାଯିବା ସହିତ ଚଳଚିତ୍ର ସଂଳାପ ଲେଖକ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ ରଜନୀ ରଞ୍ଜନ ଦାଶ ଙ୍କ ଶିଶୁ ଏକାଙ୍କିକା ସଂକଳନ ଚାଲ କରିବା ନାଟ ଓ ନାଟ୍ୟ ପୁସ୍ତକ ଅବଶୋଷ ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।କାର୍ଯ୍ୟକ୍ରମ ରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଶୋଇ,ସମାଜସେବୀ ସୁରେଶ କୁମାର ପଣ୍ଡା,ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଲେଖକ ମହେନ୍ଦ୍ର କୁମାର ମଲ୍ଲିକ, ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ଗୋପାଳ କୃଷ୍ଣ ଆଚାର୍ଯ୍ୟ, ସାମ୍ବାଦିକ ଚୌଧୁରୀ ଅମିତାଭ ଦାଶ,ବଂକିମ ଚନ୍ଦ୍ର ନାୟକ ଓ ବିଧୁଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଡ଼ ରଜନୀ ରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟ ସାଧକ ଭୁବନେଶ୍ୱରୀ ପଣ୍ଡା, ଶ୍ରୁତକିର୍ତ୍ତୀ ତ୍ରିପାଠୀ, ପ୍ରମୋଦ ଦାଶ, ଭଗବାନ ସାହୁ, ସୁବାଷ ଷଡ଼ଙ୍ଗୀ, ପ୍ରବୀଣା ପରିଡା, କମଳିନୀ ମଲ୍ଲିକ, ପୁର୍ଣଚନ୍ଦ୍ର ମହାରଣା, କୈଳାସ ବେହେରା, ରାମହରି ମହାରଣା, କାର୍ତ୍ତିକ ସାହୁ,ଲଷ୍ମୀପ୍ରସାଦ ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଆଶୁତୋଷ ଚୌଧୁରୀ ଙ୍କ ସମ୍ପାଦିତ ନିଷ୍ପକ୍ଷ ଭାରତ ଓ ପ୍ରମେୟ ସାମ୍ବାଦିକ ସୋମନାଥ ସ୍ୱାଇଁ ଙ୍କ ଦ୍ୱାରା ଆଜି ନୂତନ ଭାବେ ପ୍ରକାଶିତ ପ୍ରମେୟ ଟାଇମ୍ସ କୁ ପ୍ରଦର୍ଶିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଶାନ୍ତି ସ୍ତୁପ ର ସମ୍ପାଦକ ରଞ୍ଜନ ମହାପାତ୍ର ଓ ପ୍ରକୃତି ପ୍ରେମୀ ଦୀନବନ୍ଧୁ ଭୋଇ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *