କ୍ଲାଇମେଟ୍–୨୬ ଓ ନେସନାଲ କ୍ଲାଇମେଟ୍ ଲିଡରସିପ୍ ଆୱାର୍ଡ–୨୦୨୬ ପ୍ରଦାନ ଉତ୍ସବ ନୂଆଦିଲ୍ଲୀରେ ଅନୁଷ୍ଠିତ
ଆଜି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନ ଏବଂ Nature Care Initiative, New Delhi ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀସ୍ଥିତ Constitution Club of Indiaର ଡେପୁଟି ସ୍ପିକର ହଲ୍ରେ “କ୍ଲାଇମେଟ୍–୨୬ ଓ ନେସନାଲ କ୍ଲାଇମେଟ୍ ଲିଡରସିପ୍ ଆୱାର୍ଡ–୨୦୨୬” ପ୍ରଦାନ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ **India Meteorological Department (IMD)**ର ମହାନିର୍ଦ୍ଦେଶକ ଡ଼. ମୃତ୍ୟୁଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ବର୍ତ୍ତମାନ ସ୍ଥିତି, ସଚେତନତା ଓ ସାମୁହିକ ପଦକ୍ଷେପର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ନେସନାଲ କ୍ଲାଇମେଟ୍ ଲିଡରସିପ୍ ଆୱାର୍ଡ–୨୦୨୬ ପ୍ରଦାନ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ଼. ଅରବିନ୍ଦ ଢାଲି, ନାଲକୋର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଶୁତୋଷ ରଥ ଏବଂ ବିଶ୍ୱ ଯୁବକ କେନ୍ଦ୍ର, ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଦୟ ଶଙ୍କର ସିଂହ ପ୍ରମୁଖ ଯୋଗଦେଇ ଜଳବାୟୁ ସୁରକ୍ଷା ଓ ପରିବେଶ ସଂରକ୍ଷଣ ସମ୍ପର୍କରେ ନିଜର ମତାମତ ରଖିଛନ୍ତି।
ଭାରତର ବିଭିନ୍ନ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ନେସନାଲ କ୍ଲାଇମେଟ୍ ଲିଡରସିପ୍ ଆୱାର୍ଡ–୨୦୨୬ ପ୍ରଦାନ କରାଯାଇଅଛି।
ଦ୍ୱିତୀୟ ଅଧିବେଶନରେ “କ୍ଲାଇମେଟ୍ ଚେଞ୍ଜ ଓ ସ୍ଥାୟୀ ଭବିଷ୍ୟତ” ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼. ବିଜୟଲକ୍ଷ୍ମୀ ମହାନ୍ତି, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ପ୍ରଫେସର ଡ଼. ଅତୁଲ କୁମାର, ବିଶିଷ୍ଟ ପରିବେଶବିତ୍ ସଚିନ ଗୁପ୍ତା ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡ଼. ବସନ୍ତ କେ. ଦାସ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ଓ ସମାଧାନ ଉପରେ ଆଲୋଚନା କରିଛନ୍ତି।
କାଞ୍ଚନ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିବରଣୀ ଉପସ୍ଥାପନ କରିଥିଲେ। Nature Care Initiative, ଦିଲ୍ଲୀର ସୁରିନ୍ଦର କୁମାର ଧନ୍ୟବାଦ ଅର୍ପଣ ଦେଇଛନ୍ତି ।ସୁଭୋଜିତ ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ମଞ୍ଚ ପରିଚାଳନା କରିଛନ୍ତି।
ଅନୁଷ୍ଠାନର ସଫଳ ଆୟୋଜନରେ ଶ୍ରିଲିପ ପ୍ରଧାନ, ତପନ କୁମାର ସ୍ୱାଇଁ, ଗୋପାଳ ବେହେରା, ଲକ୍ଷ୍ମଣ ଜେନା ଓ ପ୍ରତ୍ୟୁଷ ରଣା ପ୍ରମୁଖ ସକ୍ରିୟ ସହଯୋଗ କରିଛନ୍ତି।
