ଦେବସ୍ନାନ ପୂର୍ଣ୍ଣିମା -ଭଗବାନ ଓ ଭକ୍ତର ମାନବୀୟ ମିଳନ

ଦେବସ୍ନାନ ପୂର୍ଣ୍ଣିମା -ଭଗବାନ ଓ ଭକ୍ତର ମାନବୀୟ ମିଳନ

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠସ୍ଥ ସୁଦର୍ଶନ ଦାରୁ ପୀଠ ରେ ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବ ସ୍ନାନ ସହ ମହାପ୍ରଭୁ ଗଜାନନ ଭେଷରେ ଭକ୍ତ ମାନଙ୍କୁ ଦର୍ଶନ ଦେଲେ । ଓଡ଼ିଆ ସଂସ୍କୃତି ଓ ସନାତନ ଧର୍ମର ମୂଳାଧାର ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚେତନାରେ ଜଡିତ ଅନେକ ଗଣପର୍ବ ମଧ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଏହି ପର୍ବ ହେଉଛି ମୁଖବନ୍ଧ ମହାଯାତ୍ରାର ମଙ୍ଗଳ ଆରମ୍ଭ। ଏହା କେବଳ ଧାର୍ମିକ ରୀତିନୀତି ନୁହେଁ, ବରଂ ଭଗବାନ ଓ ଭକ୍ତ ମଧ୍ୟରେ ଥିବା ନିବିଡ଼ ମାନବୀୟ ସମ୍ପର୍କର ଏକ ଅଭୁଲା, ସୁନ୍ଦର ମୂହୁର୍ତ୍ତ।
ସ୍କନ୍ଦ ପୁରାଣ ଅନୁସାରେ, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ପ୍ରଥମ କରି ଦାରୁବ୍ରହ୍ମ ବିଗ୍ରହ ପ୍ରତିଷ୍ଠା କରିଥିଲେ, ସେହି ସମୟରୁ ଏହି ଦିବ୍ୟ ସ୍ନାନୋତ୍ସବର ପରିକଳ୍ପନା। ଏହି ପବିତ୍ର ଦିନକୁ ମହାପ୍ରଭୁଙ୍କର ଆବିର୍ଭାବ ଦିବସ ବା ଜନ୍ମଦିନ ଭାବେ ସର୍ବତ୍ର ପାଳନ କରାଯାଏ। ଠିକ ଶ୍ରୀମନ୍ଦିର ନିତିକ୍ରାନ୍ତି ସମୟ ନିଘଣ୍ଟନ ଅନୁଯାୟୀ ପୀଠରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସମାପନ ହୋଇଥିଲା ।
୧. ସକାଳ ୪.୩୦ ମଙ୍ଗଳା ଅର୍ପଣ
2. ସକାଳ ୫ଟା ପହଣ୍ଡି
3. ସକାଳ ୬.୩୦ ମଙ୍ଗଳା ଆଳତି
4. ସକାଳ ୭ ତଡ଼ପ ଲାଗି
5. ସକାଳ ୮ ଅବକାଶ
6. ସକାଳ ୯.୩୦ ଗୋପଳ ବଲ୍ଲଭ
7. ସକାଳ ୧୦.୩୦ ସ୍ନାନ
8. ମଧ୍ୟାହ୍ନ ୧୨ ହାତୀ ବେଶ
9. ଅପରାହ୍ନ ୧ରେ ଛେରାପହଁରା
10. ଅପରାହ୍ନ ୧.୩୦ ମଧ୍ୟାହ୍ନ ଧୂପ
11. ରାତ୍ର ୯ ଘଟିକା ମନ୍ଦିରକୁ ଠାକୁର ପହଣ୍ଡି
ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ଆଜୀବନ ନ୍ୟାସି ଅଶୋକ କୁମାର ସାହୁ ପରିଚାଳନା କରିଥିବା ବେଳେ ସଭାପତି ରଞ୍ଜିତ୍ କୁମାର ସାହୁ, କୋଷାଧ୍ୟକ୍ଷ ଚକ୍ରଧର ନାୟକ, ସତୀଶ ମିଶ୍ର, ଦିନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ଲକ୍ଷ୍ମଣ ଜେନା, ସହଦେବ ସାହୁ, ବ୍ରଜକିଶୋର ଠାକେର, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *