ବଙ୍କିମ ଓ ତନୟା”ଙ୍କୁ ସୁଶିଳାପ୍ରଭା ସ୍ମୃତି ସମ୍ମାନ
ବାଳକାଟି, ଜାମୁତୋଟା ସ୍ଥିତ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଆଜି ବିଶିଷ୍ଟ ଶିଶୁସାହିତ୍ୟିକା ସୁଶୀଳାପ୍ରଭା ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ “ସୁଶୀଳାପ୍ରଭା ସ୍ମୃତି ସମ୍ମାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ଡ. ନରେନ୍ଦ୍ର ପ୍ରସାଦ ଦାସ, ସମ୍ମାନିତ ଅତିଥିଭାବେ ଡ. ରେଖା ଦାସ, “ବୋଉ” ଫାଉଣ୍ଡେସନର ପ୍ରତିଷ୍ଠାତା ଅତିସ ମହାନ୍ତି, ସ୍ମୃତି କମିଟିର ଅଧ୍ୟକ୍ଷ ଡ. ରଜନୀ ରଞ୍ଜନ ଦାଶ ଓ ଆବାହକ ଡ. ମାଧବ ବେହୁରା ଅତିଥି ଭାବରେ ଯୋଗଦେଇ ସ୍ବର୍ଗତଃ ସୁଶୀଳାପ୍ରଭାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ତଥା ଶିଶୁସାହିତ୍ୟିକ ବଂକିମ ଚନ୍ଦ୍ର ନାୟକ ଏବଂ ତନୟା ଦାସ ଗୋସ୍ୱାମୀଙ୍କୁ ୨୦୨୫/୨୬ ବର୍ଷ ପାଇଁ “ସୁଶୀଳାପ୍ରଭା ସ୍ମୃତି ସମ୍ମାନ” ରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କବି ବିପିନ ମହାନ୍ତି, ଅରୁଣଚନ୍ଦ୍ର ମହାନ୍ତି, ବାଲିପାଟଣା ପ୍ରେସକ୍ଲବର ସଭାପତି ଦିଲ୍ଲୀପ ଓଝା, ସମ୍ପାଦକ ସୁରେଶ ସ୍ୱାଇଁ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ମହାରଣା, ପ୍ରାଚୀଧାରା ସମ୍ପାଦକ ଭଗବାନ ସାହୁ, କମଳିନୀ ମଲ୍ଲିକ, ଦୀନବନ୍ଧୁ ଭୋଇ କଣ୍ଠଶିଳ୍ପୀ ଉଦିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶଙ୍କର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଟିର ଉପସଭାପତି ଯାମିନୀ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
