ଜୟଦେବ ଶ୍ରମିକ ବନ୍ଧୁ ସମ୍ମାନ-୨୦୨୬ ପ୍ରଦାନ

ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ବାଳକାଟି ମଣ୍ଡଳ ବୁଦ୍ଧିପଡାସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସ୍ୱାଇଁଙ୍କ ସଭାପତିତ୍ବରେ “ଆନ୍ତର୍ଜାତୀୟ ଶ୍ରମିକ ଦିବସ” ପାଳିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ ଢାଲି ମୁଖ୍ୟ ଅତିଥି, ବରିଷ୍ଠ ବିଜେପି ନେତା ମାଗୁଣି ଚରଣ ସେଠୀ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତ୍ରିପାଠୀ,ଜିଲ୍ଲା ସମ୍ପାଦିକା ଝିଲି ସାମନ୍ତରାୟ, ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚା ସଭାପତି ପବିତ୍ର କୁମାର ଭୋଇ, ବାଲିପାଟଣା ମଣ୍ଡଳ ସଭାପତି ଗିରିଶ ପ୍ରଧାନ ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସ ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଶେଷରେ ଶତାଧିକ ନିର୍ମାଣ ଶ୍ରମିକ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ “ଜୟଦେବ ଶ୍ରମିକ ବନ୍ଧୁ ସମ୍ମାନ-୨୦୨୬” ରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *