ରାଜ୍ୟ ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ‘ଆନ୍ତର୍ଜାତିକ ଶ୍ରମିକ ଦିବସ’ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି ।

ଶ୍ରମିକର ବୃହତ୍ତର ସ୍ୱାର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ :-

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ

୬,୦୦୦ ଶ୍ରମିକଙ୍କୁ ମିଳିଲା ନୂତନ ପରିଚୟପତ୍ର; ୧୫୦ କୋଟି ଟଙ୍କାର ସହାୟତା

ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ବୃଦ୍ଧି; ନୂତନ ମଜୁରି—୪୭୨ ଠାରୁ ୬୨୨ ଟଙ୍କା ପର୍ଯ୍ୟନ୍ତ

୫ ଜଣଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ”

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍‌ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *