ଆଜି ଭୁବନେଶ୍ୱର ର ସହୀଦ ନଗରସ୍ଥିତ ସ୍ପର୍ଶ ହସ୍ପିଟାଲ ତରଫରୁ ବୁଧିପଡ଼ା ବଜାର ଭାଜପା କାର୍ଯ୍ୟାଳୟଠାରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଜନସାଧାରଣ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଶିବିରରେ ସ୍ପର୍ଶ ହସ୍ପିଟାଲ ର ବରିଷ୍ଠ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଅଭିମନ୍ୟୁ ମଢୁଆଳ ଲୋକମାନଙ୍କୁ ଆଣ୍ଠୁ ଗଣ୍ଠି ରୋଗ ବିଷୟରେ ବୁଝାଇଥିଲେ ଏବଂ ଚିକିତ୍ସା କରିଥିଲେ। ଏହି ଶିବିର କୁ ଭାଜପା ର ବାଳକାଟି ମଣ୍ଡଳ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ସ୍ୱାଇଁ ଆୟୋଜନ କରିଥିଲେ। ସ୍ପର୍ଶ ହସ୍ପିଟାଲ ର ବରିଷ୍ଠ ପରିଚାଳକ ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ସିଏସ୍ଆର ପରିଚାଳକ ଶ୍ରୀ ଅମର ଷଡ଼ଙ୍ଗୀ ଙ୍କ ସହଯୋଗରେ ଏହି ସ୍ଵାସ୍ଥ୍ୟ ଶିବିର କୁ ଆୟୋଜନ କରାଯାଇଥିଲା।
