+୨ ପରୀକ୍ଷା ରେ ଚମକିଲେ ଦିନମଜୁରିଆ ଛାତ୍ର

+୨ ପରୀକ୍ଷା ରେ ଚମକିଲେ ଦିନମଜୁରିଆ ଛାତ୍ର

ବାଲିପାଟଣା,ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପରୀକ୍ଷାରେ ବାଲିପାଟଣା ର ବିଭିନ୍ନ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିଛନ୍ତି।ଶିଶୁ ଅନନ୍ତ ମହାବିଦ୍ୟାଳୟ ର ଛାତ୍ରୀ ମଧୁସ୍ମିତା ଦାସ କଳାରେ ବ୍ଲକ ସ୍ତରରେ ପ୍ରଥମ ହୋଇଛନ୍ତି।ତୃତୀୟ ସ୍ଥାନ ହାସଲ କରିଥିବା ଆଦିତ୍ୟ ଭୋଇ ନିଜେ ଜଣେ ଦିନ ମଜୁରୀଆ ଭାବରେ କାମ କରି ଏହି ସଫଳତା ପାଇଛନ୍ତି।ସ୍ଥାନୀୟ ସାଧନା ଟୁଟୋରିଆଲ ରେ ମାଗଣା ସହାୟତା ପାଇ ପାଠ ପଢୁ ଥିବା ଦୁଇ ଶିକ୍ଷାର୍ଥୀ ଙ୍କ ସହିତ ସଫଳତା ପାଇଥିବା ସମସ୍ତ ୭୦ ଜଣଙ୍କୁ ଆଜି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ବନମାଳୀପୁର ମହାବିଦ୍ୟାଳୟ ର ବିଜ୍ଞାନ ଛାତ୍ରୀ ବିଶ୍ଵରୂପ ସ୍ୱାଇଁ,ଲକ୍ଷ୍ମୀପ୍ରିୟା ସାହୁ ଓ ଲିଭିନା ରେ ସାମନ୍ତ ଙ୍କ ସହିତ ମୋଟ ୪୧ ଜଣ ଙ୍କ ମଧ୍ୟରୁ ୨୮ ଜଣ ପ୍ରଥମ୍ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ର ସୁନାମ ବୃଦ୍ଧି କରିଛନ୍ତି।ଏହି ଅଞ୍ଚଳ ର ସମସ୍ତ ମହାବିଦ୍ୟାଳୟ ଗୁଡିକ ସମସ୍ତ ପ୍ରତିକୂଳ ଅବସ୍ଥାରେ ରହି ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜର ମେଧା ଶକ୍ତି ପ୍ରତିପାଦନ କରି ପାରିଥିବାରୁ ବୁଦ୍ଧିଜୀବୀ ମାନେ ସେମାନଙ୍କୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *