ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ
ବାଲିପାଟଣା,୨୩/୦୫:ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅନ୍ତର୍ଗତ ଅଠାନ୍ତରରୁ ବନମାଳୀପୁର ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ଏବଂ ନବୀକରଣ କାମ ଜୋରସୋରରେ ଜାରି ରହିଛି। ଦୀର୍ଘ ବର୍ଷ ଧରି ରାସ୍ତାର ଉଭୟ ପାର୍ଶ୍ଵ ବେଆଇନ ଦଖଲରେ ଥିଲା । ସରକାରୀ ସମ୍ପରିରେ ବେଆଇନ ସ୍ଥାୟୀ ଏବଂ ଅସ୍ଥାୟୀ ନିର୍ମାଣ କରି ବହୁ ବ୍ୟବସାୟିକ ଅନୁଷ୍ଠାନ ଗଢି ଉଠିଥିଲା । ଫଳରେ ରାସ୍ତା ସଂକୁଚିତ ହେବା ଯୋଗୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟୁଥିଲା ।ରାସ୍ତା କାମରେ ବ୍ୟାଘାତ ହେଉଥିଲା। ତହସିଲ ପ୍ରଶାସନ ତରଫରୁ କୁଶଭଦ୍ରା ନଦୀ ବନ୍ଧ ବଟ ବଜାରଠାରୁ ହାଟ ଶେଷସ୍ଥାନୀୟ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ବେଆଇନ ଭାବେ ଗଢି ଉଠିଥିବା ସରକାରୀ ଜାଗାଚିହ୍ନଟ କରାଯାଇଥିଲା। ଦଖଲ ସ୍ଥାନକୁ ଖାଲି କରିବା ପାଇଁ ପ୍ରଶାସନ ନୋଟିସ୍ ପରେ ଗୁରୁବାର ଦଖଲ ମୁକ୍ତ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା।ନୋଟିସ୍ ପାଇଲା ପରେ ୪୦ ଜଣ ଜାଗା ଖାଲି କରିଦେଇଥିଲେ।ଗୁରୁବାର ପ୍ରଶାସନ ତରଫରୁ ୧୨ ବେଆଇନ ନିର୍ମାଣକୁ ବୁଲଡୋଜର ଲଗାଇ ଉଚ୍ଛେଦ ପ୍ରକ୍ରିୟା ଜାରୀ ରହିଛି।୬ଟି ଘରୋଇ ଦଖଲ ଉଛେଦ ପାଇଁ ପ୍ରକ୍ରିୟା ଚାଲିଛି।ବାଲିପାଟଣା ତହସିଲଦାର କଳ୍ପନା ଦାସ,ବନମାଳୀପୁର ଆରଆଇ ଆଲୋକ ଜେନା,ରେଭନ୍ୟୁ ସୁପର ଭାଇଜର କାଳନ୍ଦୀ ନାହାକ, ଆର ଆଇ ରାଜକିଶୋର ସାହୁ, ତହସିଲ କର୍ମଚାରୀ ଏବଂ ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।ଜବରଖଲ ଉଚ୍ଛେଦ ଯୋଗୁ ବହୁବ୍ୟବସାୟୀ ରୋଜଗାର ହରାଇ ଏବେ ଚିନ୍ତାରେ ପଡିଛନ୍ତି।କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀଙ୍କୁ ସ୍ଥାୟୀ ଭାବରେ ଥଇଥାନ କରିବାକୁ ଦାବୀ ହୋଇଛି।
