ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ : ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଯଶୁଆପୁରରେ ବିଶ୍ୱ ଋତୁଶ୍ରାବ ଦିବସ ପାଳିତ : ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବାଲିଅନ୍ତା, ଜସୁଆପୁର : ବିଶ୍ୱ ଋତୁଶ୍ରାବ ଦିବସ ଅବସରରେ ଶୈଳବାଳା ଫାଉଣ୍ଡେସନ ଓ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ ଜସୁଆପୁର ଗ୍ରାମରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଫାଉଣ୍ଡେସନର ଓଡ଼ିଶା ଶାଖା ମୁଖ୍ୟ ଶ୍ରୀମତୀ ନମ୍ରତା ପ୍ରସାଦ, ଶ୍ରୀ ଜୟନ୍ତ କୁମାର ପରିଡା, ଶ୍ରୀମତୀ ବେବି ନାୟକ, ଶୈଳବାଳା ଫାଉଣ୍ଡେସନର ଫାଉଣ୍ଡର ସଦସ୍ୟା, ଶ୍ରୀ ଦୀନବନ୍ଧୁ ଭୋଇ, ପ୍ରକୃତି ବନ୍ଧୁ, ଶ୍ରୀ ରଞ୍ଜନ ମହାପାତ୍ର, ଯୁବ ସମାଜସେବୀ, ଶ୍ରୀମତୀ ସସ୍ମିତା ଚୌଧୁରୀ , ଶ୍ରୀ ପ୍ରଦୀପ ପ୍ରଧାନ, ସମ୍ଭବ ପାଠାଗାରର ସଦସ୍ୟ ଓ ଶ୍ରୀମତୀ ମମି ଘଡ଼ାଇ, ଶିକ୍ଷୟିତ୍ରୀ, ବେବି ବବଲସ ପ୍ରି-ସ୍କୁଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ୩୦ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ ସହ ସାନିଟାରୀ ନାପକିନ ଓ ହ୍ୟାଣ୍ଡୱାଶ ମଧ୍ୟ ବଣ୍ଟନ କରାଯାଇଥିଲା।

ଏହା ସହିତ ୩୫ରୁ ଅଧିକ ମହିଳା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଋତୁଶ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷା ବିଷୟରେ ବିଭିନ୍ନ ତଥ୍ୟ ଜାଣିପାରିଥିଲେ।

ଏହି ଅବସରରେ ସଚେତନତାମୂଳକ ସ୍ଲୋଗାନ ମାଧ୍ୟମରେ ସମାଜରୁ କୁପ୍ରଥା ଓ ଲଜ୍ଜା ଭାବନା ଦୂର କରିବାକୁ ଆହ୍ୱାନ ଦିଆଯାଇଥିଲା।
“ଲାଜ ନୁହେଁ, ସଚେତନତା ଜରୁରୀ; ସ୍ୱଚ୍ଛତା ହିଁ ନାରୀର ସୁରକ୍ଷା ପାଚେରୀ” ଏବଂ
“ସୁସ୍ଥ ଶରୀର, ସୁସ୍ଥ ମନ; ଋତୁଶ୍ରାବ ସ୍ୱଚ୍ଛତା ପ୍ରତି ଦିଅନ୍ତୁ ଧ୍ୟାନ” ପରି ସ୍ଲୋଗାନ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲା।

Leave a Reply

Your email address will not be published. Required fields are marked *