ଧୂମଧାମ ରେ ପାଳନ କରାଗଲା ବୀର ସାବରକର ଜୟନ୍ତୀ
ଭାରତ ସରକାରଙ୍କ ଯୁବ ଓ ଖେଳ ମନ୍ତ୍ରାଳୟ ଆନୁକୂଲ୍ୟରେ ଇଁରାଜୀ ମାଇଁ ମାସ 28 ତାରିଖ ରେ ଖୋର୍ଦ୍ଧାର ଜଙ୍କିଆ ନୂଆଗାଁ ସ୍ଥିତ ଦୁଲ୍ଲଣା କ୍ଲବ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାଭରକରଙ୍କ ଜନ୍ମ ଦିବସ ଧୂମଧାନ ରେ ପାଳନ ହୋଇଯାଇଅଛି। ଏହି ସଭା କାର୍ଯ୍ୟକ୍ରମ ରେ ସାମାଜିକ କାର୍ଯ୍ୟକର୍ତା ଶ୍ରୀଯୁକ୍ତ ପ୍ରିୟବ୍ରତ ହରିଚନ୍ଦନ, ଶିକ୍ଷ୍ୟାବିତ ଅଶୋକ ମହାରଥୀ ସମାଜସେବୀ ପ୍ରକାଶ କୁମାର ଗୁମାନାସିଂହ ଜାତୀୟ ପୁରସ୍କାର ପ୍ରାପ୍ତ ଦାଶରଥି ଶ୍ରୀଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ। ଅଥିତି ମାନେ ବୀର ସାବରକରଙ୍କ ବୀରତ୍ୱ ବିଷୟରେ ଉପସ୍ଥାପନା କରିଥିଲେ ବର୍ତମାନ ର ଯୁବପିଢ଼ି କିପରି ତାଙ୍କ ଜୀବନ କାହାଣୀରେ ଅନୁପ୍ରାଣିତ ହୋଇ ଦେଶ ବିକାଶ ରେ ନିଜକୁ ବିନିଯୋଗ କରିବେ ସେ ବିଷୟରେ ଚର୍ଚ୍ଚା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳର ଥିବା ବିଭିନ୍ନ ଯୁବସଂସ୍ଥାନର ସଦସ୍ୟ ମାନେ ଆସି ଯୋଗ ଦେଇଥିଲେ, ଏହି ସଭା କାର୍ଯ୍ୟ କୁ ବିଶ୍ୱଜିତ ରାଉତରାୟ ପରିଚାଳନା କରିଥିଲେ ଶେଷରେ ତପନ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରି ସଭା କାଯ୍ୟକୁ ସମାପ୍ତ କରିଥିଲେ।
