ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ଏବଂ ଏହା ଏକ ସାମାନ୍ୟ ଅବପାତର

Low Pressure Odisha Bhubaneswar

ରୂପ ନେଇପାରେ। ଏହି ସିଷ୍ଟମଟି ହୁଏତ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଯାଇପାରେ କିମ୍ବା ମିଆଁମାର ଆଡ଼କୁ ଗତି କରିବାର ବୋଲି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଏବଂ ପବନର ପରିମାଣ ବଢ଼ିପାରେ । ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଗଲ୍ଫ ଅଫ୍ ମନ୍ନାର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । କିଛି ପାଣିପାଗ ମଡେଲ୍ ଏହା ଅବପାତର ରୂପ ନେଇପାରେ ବୋଲି ଆକଳନ କରୁଥିବା ବେଳେ ଅନ୍ୟମାନେ ଏହା ଦୁର୍ବଳ ରହିବ ବୋଲି କହୁଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ବାତ୍ୟାର ଆଶଙ୍କା ନାହିଁ ।

 

Leave a Reply

Your email address will not be published. Required fields are marked *