ଜାତୀୟ ଶିକ୍ଷାନୀତି-୨୦୨୦ କାର୍ଯ୍ୟକାରୀ ଉପରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣମାଝୀ ‘ଜାତୀୟ ଶିକ୍ଷା ନୀତି’ (NEP-2020) ର କାର୍ଯ୍ୟାନ୍ୱୟନ ନେଇ କନଭେନସନ ସେଣ୍ଟରଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟସ୍ତରୀୟ କର୍ମଶାଳାରେ ଯୋଗ ଦେଇଛନ୍ତି। ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେବାସହ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି।

 

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଭାରତକୁ ବିଶ୍ୱର ‘ନଲେଜ୍ କ୍ୟାପିଟାଲ୍’ ଭାବେ ପ୍ରତିଷ୍ଠିତ କରିବାର ଏକ ମହତ୍ ମିଶନ। ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ। ଆମ ପିଲାମାନେ ଯେପରି ‘Industry-Ready’ ହେବେ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ଯୁବପିଢ଼ି ଓ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଟର୍ନସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ‘ଶକ୍ତିଶ୍ରୀ’ (ShaktiShree) ମୋବାଇଲ୍ ଆପ୍‌ର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *