ପଶ୍ଚିମବଙ୍ଗରେ ହେବ ଶୁଭେନ୍ଦୁ ଅଧିକାରୀଙ୍କ ସରକାର; ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗରେ ହେବ ଶୁଭେନ୍ଦୁ ଅଧିକାରୀଙ୍କ ସରକାର; ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗର ଅନ୍ୟତମ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ଭାରତୀୟ ଜନତା ପାର୍ଟି ଭରସା କରିଛି। ଆଜି ଅପରାହ୍‌ଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳର ବୈଠକରେ ବହୁ ବିଚାର ବିମର୍ଶ ପରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇଛି।

ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ୍‌.ରବି ଗତ ୭ ତାରିଖ ଦିନ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି। କୋଲକାତା ଗେଜେଟ୍‌ରେ ଜାରି ସରକାରୀ ଅଧିସୂଚନା ଅନୁସାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଫଳତା ହାସଲ ପରେ ଏହି ପଦକ୍ଷେପ ନିଆଯାଇଛି। ଆଶା କରାଯାଉଛି ଯେ, ୨୦୨୬ ମେ’ ୯ ତାରିଖ ଦିନ ବିଶ୍ବଗୁରୁ ରବୀନ୍ଦ୍ର ନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆରମ୍ଭ ହୋଇପାରେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ-୨୦୨୬ରେ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ। ଏହି ଆସନରେ ଶୁଭେନ୍ଦୁଙ୍କୁ ୭୩,୯୧୭ ଖଣ୍ଡ ଭୋଟ୍‌ ମିଳିତିଲା। ମମତା ବାନାର୍ଜୀ ୫୮,୮୧୨ ଖଣ୍ଡ ଭୋଟ୍‌ ପାଇଥିଲେ। ଅର୍ଥାତ ଶୁଭେନ୍ଦୁ ଅଧିକାରୀ ୧୫,୧୦୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଭବାନୀପୁର ଆସନରୁ ବିଜୟୀ ହୋଇଥିଲେ।

ସେହିପରି ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ପବିତ୍ର କରଙ୍କୁ ୯,୬୬୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ଏଠାରେ ଶୁଭେନ୍ଦୁଙ୍କୁ ୧,୨୭,୩୦୧ ଖଣ୍ଡ ଭୋଟ୍‌ ମିଳିଥିଲା। ଗୋଟିଏ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ୨ଟି ଆସନରୁ ବିଜୟୀ ହୋଇଛନ୍ତି। #WestBengal

Leave a Reply

Your email address will not be published. Required fields are marked *