ଚିତ୍ର ନାଟକ ତୁ ସେହି ନୀଳନୟନା ଲୋକାର୍ପିତ
ଭୁବନେଶ୍ୱର , ଡ. ରଜନୀ ରଞ୍ଜନ ଙ୍କ ଲିଖିତ ତଥା ବର୍ଷା ପବଲିକେଶନ ପ୍ରକାଶିତ ଚଳଚ୍ଚିତ୍ର ତୁ ସେହି ନୀଳନୟନା ର ଚିତ୍ରନାଟ୍ୟ ପୁସ୍ତକ ଆଜି ଗୋଦାବରୀଶ ସାହିତ୍ୟ ସଂସଦ ପ୍ରେଖ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ନାଟ୍ୟକାର ବିଜୟ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପୁର୍ବତନ ସୂଚନା କମିଶନର ଶ୍ରୀ ଦିଲ୍ଲୀପ ବିଶୋଇ, ଚଳଚ୍ଚିତ୍ରଟି ପ୍ରଯୋଜକ ସାଚ୍ଚିକ।ନ୍ତ ଜେନା, ପ୍ରଯୋଜକ ବିନୀ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପ୍ରାରମ୍ଭରେ ବର୍ଷା ପ୍ରକାଶନ ନିର୍ଦ୍ଦେଶକ ବାଦଲ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଡ. ମାଧବ ବେହେରା ଓଡ଼ିଆ ଚିତ୍ରନାଟକ ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ଚଳଚିତ୍ର କଳାକାର ଜୀବନ ପଣ୍ଡା, ପ୍ରତିଭା ପଣ୍ଡା,ନିର୍ଦ୍ଦେଶକ ତ୍ରିପତି ସାହୁ ଏଵଂ ଲେଖିକା ସସ୍ମିତା ଦାସ,ଶ୍ରୁତକିର୍ତ୍ତୀ ତ୍ରିପାଠୀ, ଡ. ଶର୍ମିଷ୍ଠା ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ବୋଉ ଫାଉଣ୍ଡେସନ ର ଅଧ୍ୟକ୍ଷ ଅସିତ୍ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ଉତ୍ସବ ରେ ବହୁ ସାହିତ୍ୟିକ, ଓଲିଉଡ଼ ର କଳାକାର ଯୋଗଦେଇଥିଲେ l
