ଗଜପତି ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଜିରାଙ୍ଗ ଓ ଚନ୍ଦ୍ରଗିରି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପ୍ରତିଷ୍ଠା ହେବ ପ୍ରଥମ ପଞ୍ଚତାରକା ହୋଟେଲ। ତାହା ପୁଣି ମିନି ତିବ୍ଦତ ଭାବରେ ପରିଚିତ ଚନ୍ଦ୍ରଗିରିର ଜିରାଙ୍ଗରେ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭ ଦେଇଛନ୍ତି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ଏହାଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଚନ୍ଦ୍ରଗିରିରେ ପଞ୍ଚତାରକା ହୋଟେଲ

ସ୍ଥାନୀୟ ଲୋକଙ୍କ ତାଲିମ ପ୍ରଦାନ କରିବା ସହ ନିଯୁକ୍ତି ଦେବା ପାଇଁ ସେ ଗୁରୁତ୍ୱାରୋପ କରିଥିବା ବେଳେ ହୋଟେଲ ନିର୍ମାଣ କରୁଥିବା ପ୍ରତ୍ୟକ୍ଷ ଗୃପ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ଏହା କେବଳ ଆରମ୍ଭ ମାତ୍ର । ଏବେ ଠାରୁ ଗଜପତି ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆଗାମୀ ଦିନରେ ଅଧିକରୁ ଅଧିକ ହୋଟେଲ ଶିଳ୍ପ ପ୍ରତିଷ୍ଠା ହେବ’’ ।

Leave a Reply

Your email address will not be published. Required fields are marked *