ବିଶ୍ୱ ପରିବେଶ ଦିବସ ପାଳିତ ସୁଦର୍ଶନ ଦାରୁପୀଠରେ ୧00 ତୁଳସୀ ଚାରା ବଣ୍ଟନ

ବିଶ୍ୱ ପରିବେଶ ଦିବସ ପାଳିତ

ସୁଦର୍ଶନ ଦାରୁପୀଠରେ ୧00 ତୁଳସୀ ଚାରା ବଣ୍ଟନ
ବାଲିଅନ୍ତା, ୫ / ୬ : ବାଲିଅନ୍ତା ବ୍ଲକ ଗଡ଼ କଣ୍ଟୁଣିଆ ସୁଦର୍ଶନ ଦେବ ଦାରୁପୀଠ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ କାଞ୍ଚନ ଫାଉଣ୍ଡେସନ ଏବଂ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶତାଧିକ ଶ୍ରଦ୍ଧାଳୁମାନଙ୍କୁ ଶତାଧିକ ତୁଳସୀ ଚାରା ବଣ୍ଟନ କରାଯାଇଥିଲା l ଏନେଇ କାଞ୍ଚନ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର ଏବଂ ଗ୍ରିନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ଲୋକଙ୍କୁ ସଚେତନ କରାଇବା ସହ ପରିବେଶ ସଂକ୍ରlନ୍ତୀୟ ପ୍ଲାକାର୍ଡ ବଣ୍ଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ପରଂବ୍ରହ୍ମ ଟ୍ରଷ୍ଟର କୋଷାଧ୍ୟକ୍ଷ ଚକ୍ରଧର ନାୟକ,ଅବସର ପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ପ୍ରଧାନ, ମଣ୍ଡଳ ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା ପ୍ରକୃତବନ୍ଧୁ ନିରଞ୍ଜନ ସେନାପତି, କୋଚ ଉମାକାନ୍ତ ବେହେରା, ହରେକୃଷ୍ଣ ମହାରଣା, ଲକ୍ଷ୍ମଣ ଜେନା ପ୍ରମୁଖ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *