ଜୟଦେବ ଓକିଲ ସଂଘ ର ବାର୍ଷିକ ବନ୍ଧୁମିଳନ
ବାଲିଅନ୍ତା ତା ୨୦/୦୫()
ଜୟଦେବ ନିର୍ବାଚନ ମଣ୍ଡଳୀର ଓକିଲ ବନ୍ଧୁ ମାନଙ୍କୁ ନେଇ ଗଠିତ ଜୟଦେବ ଓକିଲ ସଂଘ ର ବାର୍ଷିକ ବନ୍ଧୁ ମିଳନ ଉତ୍ସବ ଆଜି ପୂର୍ବାହ୍ନ ରେ ବାଲିଅନ୍ତା ଭୁବନପୁର ଅଞ୍ଚଳ ର ଆରାଧ୍ୟା ଦେବୀ ମା ଉତ୍ତରମୁଖୀ ଠାକୁରାଣୀ ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ସଭାପତି ବିଭୂତି ଭୂଷଣ ମର୍ଦ୍ଦରାଜ ରାୟ ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ଶତାଧିକ ଓକିଲ ବନ୍ଧୁ ଯୋଗଦେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆଗାମୀ ଦିନରେ ସେ ସବୁର ସମାଧାନ ପାଇଁ ଅନୁଷ୍ଠାନ ତରଫରୁ ପ୍ରୟାସ କରାଯିବ ବୋଲି ଆଲୋଚନା କରିଥିଲେ।ସଂଘ ତରଫରୁ ଭୁବନେଶ୍ୱର ବାର୍ ଆସୋସିଏସନ୍ ର ସଭାପତି ଅଶୋକ ଛୋଟରାୟ, ସମ୍ପାଦକ ସୁମନ ରାଉତରାୟ ଓ ସ୍ଥାନୀୟ ସରପଞ୍ଚ ଓକିଲ କୃଷ୍ଣ କେଶବ ଆପଟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ରାଜ କିଶୋର ମହାନ୍ତି, ଦିଲ୍ଲୀପ କୁମାର ଓଝା, ବିନୋଦ ସାହୁ,ଅଶୋକ ରାଉତରାୟ,ଅମରେନ୍ଦ୍ର ମହାନ୍ତି,ମନୋଜ ନାୟକ,ତାପସ ଦାସ,ରଶ୍ମୀ ରଞ୍ଜନ ମହାନ୍ତି ପ୍ରମୁଖ ବିଭିନ୍ନ ପରାମର୍ଶ ଦେଇଥିଲେ।ଶକ୍ତି ପ୍ରସାଦ ଛୋଟରାୟ,ଜଗଦୀଶ ବେହେରା,ଦୀପକ ଆଚାର୍ଯ୍ୟ,ଲିଙ୍ଗରାଜ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଉପସଭାପତି ଚିତ୍ତ ରଞ୍ଜନ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
